Latest Odisha News

BREAKING NEWS

ଆଇଟିଆଇ ଶିକ୍ଷକଙ୍କ ସହ ୨ ଗିରଫ, ପାକିସ୍ତାନକୁ ବିକ୍ରି କରୁଥିଲେ ଓଟିପି

ଭୁବନେଶ୍ୱର: ସ୍ପେଶାଲ୍ ଟାସ୍କ ଫୋର୍ସ (STF) ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଅଛନ୍ତି । ଅଭିଯୋଗ ଅନୁସାରେ, ଗିରଫ ୩ ଜଣ ପାକିସ୍ତାନୀ ଗୁଇନ୍ଦା ବିଭାଗ ଏବଂ ଆଇଏସ୍ଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ ।

ଗିରଫ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ ବଡ଼ପାଣ୍ଡୁସରର ପଠାଣିସାମନ୍ତ ଲେଙ୍କା, ନୟାଗଡ଼ର ଦଶପଲ୍ଲାରେ ଆଇଟିଆଇ ଶିକ୍ଷକ ଭାବେ କାର୍ଯ୍ୟରତ ସରୋଜ ନାୟକ ଏବଂ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ।

ଦେଶଦ୍ରୋହୀଙ୍କୁ ଓଟିପି ଦେବା ଅଭିଯୋଗରେ ଏସଟିଏଫ୍ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଅନେକ ସାମଗ୍ରୀ, ମୋବାଇଲ୍ ଫୋନ୍, ପୂର୍ବରୁ ଆକ୍ଟିଭେଟ୍ ହୋଇଥିବା ସିମ୍ କାର୍ଡ, ଲାପଟପ୍ ଜବତ କରାଯାଇଛି ।

ଏସଟିଏଫଅ ଅନୁସାରେ, ଗିରଫ ଅଭିଯୁକ୍ତ ଅନ୍ୟ ନାଁରେ ବିପୁଳ ସିମ୍ କାର୍ଡ ଆଣି ଓଟିପି ବିକ୍ରି କରୁଥିଲେ । ପାକିସ୍ତାନ ଗୁଇନ୍ଦା ବିଭାଗ ସହ ଭାରତରେ ମଧ୍ୟ ସେମାନେ ଏ ବ୍ୟବସାୟ କରୁଥିଲେ । ପାକିସ୍ତାନର ମହିଳା ଏଜେଣ୍ଟ ଏମାନଙ୍କ ସହ ଯୋଗାଯୋଗରେ ଥିଲେ । ଗତବର୍ଷ ହନିଟ୍ରାପ୍ ମାମଲାରେ ରାଜସ୍ଥାନରୁ ଜଣେ ଅଧିକାରୀ ଗିରଫ ହୋଇଥିଲେ । ଉକ୍ତ ମହିଳା ଜଣଙ୍କ ଏହା ପଛରେ ଥିବା ଜଣାପଡ଼ିଛି ।

ଏହି ଓଟିପି ମାଧ୍ୟମରେ ହ୍ୱାଟ୍ସଆପ୍, ଟେଲିଗ୍ରାମ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ଆକାଉଣ୍ଟ ସହ ଆମାଜନ୍, ଫ୍ଲିପକାର୍ଟ ଭଳି ଅନଲାଇନ୍ ସପିଂ ଆକାଉଣ୍ଟ ଖୋଲୁଥିଲେ । ଇମେଲ୍ ଆକାଉଣ୍ଟ ମଧ୍ୟ ଖୋଲା ଯାଉଥିଲା । ଏସବୁ ଭାରତୀୟ ଆକାଉଣ୍ଟକୁ ବିଦେଶରୁ ବିଶେଷ କରି ପାକିସ୍ତାନରୁ ପରିଚାଳନା କରା ଯାଉଥିଲା ।

ଉକ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଦେଶ ବିରୋଧୀ କାର୍ଯ୍ୟକଳାପ ସହ ଆତଙ୍କବାଦୀଙ୍କ ସହ ଯୋଗାଯୋଗ, ହିଂସା, ହନିଟ୍ରାପ୍ ଆଦି କାର୍ଯ୍ୟ କରାଯାଉଥିଲା । ଭାରତୀୟ ନମ୍ବର ହୋଇଥିବାରୁ ଲୋକେ ବି ସହଜରେ ବିଶ୍ୱାସ କରୁଥିଲେ । ଅନଲାଇନ୍ ସପିଂ ଆକାଉଣ୍ଟ ମାଧ୍ୟମରେ ଆତଙ୍କବାଦୀଙ୍କୁ ସାମଗ୍ରୀ ଯୋଗାଣ କରୁଥିଲେ । ସେମାନଙ୍କ ଠାରୁ ୧୯ଟି ଦାମୀ ମୋବାଇଲ୍, ୪୭ଟି ସିମ୍ କାର୍ଡ, ୬୧ଟି ଏଟିଏମ୍ କାର୍ଡ ଏବଂ ୨୩ଟି ସିମ୍ କଭର ଜବତ କରାଯାଇଛି ।

Leave A Reply

Your email address will not be published.