Latest Odisha News

BREAKING NEWS

ସ୍ଥଳ ଭାଗ ଛୁଇଁଲା ଅତି ଭୀଷଣ ବାତ୍ୟା ‘ମୋକା’, ରଚୁଛି ତାଣ୍ଡବ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ମୋକା’ ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚୁଛି । ଆରମ୍ଭ ହୋଇଛି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା । ବାତ୍ୟା ‘ମୋକା’ ମିଆଁମାର ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସହ ପବନ ଓ ବର୍ଷା ବଢ଼ିବାରେ ଲାଗିଛି ।

ବାତ୍ୟା ‘ମୋକା’ ସ୍ଥଳଭାଗ ଚୁଇବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିଥିବା ଝଟକା ପବନର ବେଗ ଘଣ୍ଟାପ୍ରତି ୨୧୦ କିଲୋମିଚର ରହିଛି । ବାତ୍ୟା ମିଆଁମାର ସିତ୍ତ୍ୱେ ଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ୩୦ କିଲୋମିଟର ଦୂର ଏବଂ ବାଂଲାଦେଶର କକ୍ସ ବଜାରର ଦକ୍ଷିଣ-ଦକ୍ଷିଣପୂର୍ବରେ ୧୫୦ କିଲୋମିଟର ଦୂରରେ ସ୍ଥଳଭାଗ ଛୁଇଁଛି ।

ପ୍ରାୟ ଘଣ୍ଟାଏ ଧରି ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିବ । ବାତ୍ୟା ପ୍ରଭାବରେ ମିଆଁମାରରେ ପ୍ରବଳ ବର୍ଷା ଓ ପବନ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି । କେତେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି ।

Leave A Reply

Your email address will not be published.