Latest Odisha News

‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସୁବାସ ଚୌହାନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ସୁବାସ ଚୌହାନଙ୍କୁ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି ।

ଗତ ତିନିମାସ ଧରି କୌଣସି ରାଜନୈତିକ ବ୍ୟକ୍ତିତ୍ୱ ଏହି ପଦବୀର ଦାୟିତ୍ୱରେ ନଥିଲେ ମଧ୍ୟ ପ୍ରଶାସନକୁ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା । ତେବେ ଗତ ଜୁନ ୧୮ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏହି ପଦବୀରେ ଅବସ୍ଥାପିତ ଥିଲେ ।

ମୁଖ୍ୟମନ୍ତ୍ରୀ ପୂର୍ବରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବେ ନିଯୁକ୍ତ କରିଥିଲେ । ଏହି ପରିଷଦର ବାର୍ଷିକ ବଜେଟ୍ ୧୦୦ କୋଟି ଟଙ୍କା ।

ବରିଷ୍ଠ ନେତା ଶ୍ରୀ ଚୌହାନ ହେଉଛନ୍ତି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ମଧ୍ୟ ଅଛନ୍ତି ।

ଶ୍ରୀ ଚୌହାନ ବଜରଙ୍ଗ ଦଳର ରାଷ୍ଟ୍ରୀୟ ଆବାହକ ତଥା ବରିଷ୍ଠ ନେତା ଥିଲେ ଏବଂ ସେ ଶାସକ ବିଜେଡ଼ିରେ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯୋଗଦାନ କରିଥିଲେ । ବରଗଡ଼ରୁ ତାଙ୍କୁ ବିଜେପି ଟିକେଟ ନମିଳିବାରୁ ସେ ଦଳ ପରିତ୍ୟାଗ କରିଥିଲେ ।

Comments are closed.