Latest Odisha News

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ ଟାଇଫସ୍ ଆତଙ୍କ: ଆଜି ପୁଣି ୪ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୦୮କୁ ବୃଦ୍ଧି ହୋଇଛି  ।  ସ୍କ୍ରବ୍ ଟାଇଫସରେ ସୁନ୍ଦରଗଡରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ବରରୁ  ୬ ଜଣିଆ ମେଡିକାଲ ଟିମ୍ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି  । ପ୍ରଭାବିତ ଅଞ୍ଚଳ ଗୁଡିକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛି ଏହି ଟିମ୍  ।

ବରଗଡ ଜିଲ୍ଲାରେ ମଧ୍ୟ ୪ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡକ୍ଟର ସମୀର ଗୁଲାଟି, ଡକ୍ଟର ତୁଷାର ନାଲେ, ଡାକ୍ତର ଧରା ବି ଶାହ, ଡକ୍ଟର ଆରୁଷି ଘାଇ ପ୍ରମୂଖ ଏହି ଟିମରେ ସାମିଲ ରହିଥିଲେ । ସେପଟେ ବରଗଡ ଜିଲ୍ଲା ସୋହେଲା ଅଞ୍ଚଳରେ ପୁଣି ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ବରଗଡରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।ଏହା କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Leave A Reply

Your email address will not be published.