Latest Odisha News

ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ବର୍ତ୍ତମାନ ପଶ୍ଚିମବଙ୍ଗ ଫେରିଯାଇଛି । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ଆଳୁ ଟ୍ରକ ଫେରିଯିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଖାଉଟି ଓ ଯୋଗାଣ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ । ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନଦିଏ, ଖୁବ୍‌ ଶୀଘ୍ର ୟୁପିରୁ ଆଳୁ ଆଣିବୁ ବୋଲି କହିଛନ୍ତ ମନ୍ତ୍ରୀ । ଆଜି ଗୋଦାମ ଯାଞ୍ଚ କରିବା ବେଳେ ସେଠାରେ ଆଳୁ ଦର ୨୭ ଟଙ୍କା ଥିଲ । ସେହିଅନୁସାରେ ଖୁଚୁରା ବ୍ୟବସାୟରେ ଆଳୁ କିଲୋ ୩୨ଟଙ୍କା ରହିବା କଥା । ତେବେ ୩୨ ଟଙ୍କାରୁ ଅଧିକରେ ଯଦି କେହି ଆଳୁ ବିକନ୍ତି ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । ତେବେ ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ରେଟ୍ ବଢ଼ିଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ପନିପରିବାରେ ହାତ ମାରିହେଉନଥିବା ବେଳେ ଆଳୁ ଦର ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା । ହେଲେ ଗତ ଦୁଇ ଦିନ ହେବ ଆଳୁ ଦର ବି ଆକାଶ ଛୁଆଁ ହୋଇଛି । ଆଳୁ କିଲୋ ୫୦ ଟଙ୍କା ହୋଇଥିବା ବେଳେ ଏବେ ଚିନ୍ତାରେ ଖାଉଟି ।ପଶ୍ଚିମବଙ୍ଗ ଓଡିଶାକୁ ଆଳୁ ଯୋଗାଉଥିବା ବେଳେ ଏଥର ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କମ୍ ହୋଇଛି । ତେଣୁ ପଶ୍ଚିମବଙ୍ଗ ପୋଲିସ ଆଳୁ ବୋଝେଇ ଟ୍ରକକୁ ଅଟକ ରଖିଛି । ଫଳରେ ଓଡିଶାରେ ଆଳୁ କମିବାକୁ ଲାଗିଲାଣି । ପଶ୍ଚିମବଙ୍ଗ-ଓଡ଼ିଶା ସୀମା ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ୍ ଅଟକାଇଛି । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନଥିବା ବେଳେ ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଟ୍ରକ୍ ଅଟକିଛି ।

Comments are closed.