ବାଲେଶ୍ୱର: ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଶିକ୍ଷକ ପିତାମ୍ବର ଖିଲାରଙ୍କୁ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡସ ଦ୍ୱାରା ସମ୍ମାନିତ କରାଯାଇଛି । ମଣିଷର ସେବା ପାଇଁ ଶିକ୍ଷାର ବିକାଶ ଉପରେ ତାଙ୍କର ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ବାହନଗାର କ୍ଷେତ୍ରମୋହନ ହାଇସ୍କୁଲର ଶିକ୍ଷକ ଖିଲାର ଗତ ଅଗଷ୍ଟରେ ୨୮୦ ପୃଷ୍ଠାର ଏକ ଆର୍ଟିକିଲ ଲେଖିଥିଲେ । ଭାରତୀୟ ଶିକ୍ଷା ବ୍ୟବସ୍ଥା କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ଏହାର ସମାଧାନ କିପରି କରାଯିବ ସେ ବିଷୟରେ ତାଙ୍କ ଆର୍ଟିକିଲରେ ପ୍ରକାଶ କରିଛନ୍ତି ।
ଏହାବ୍ୟତୀତ ତାଙ୍କର ଏହି ଲେଖାକୁ ନେଇ ସେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ କରିଛନ୍ତି ଯାହା ତାଙ୍କ ବିଶ୍ୱ ରେକର୍ଡକୁ ଅଧିକ ପ୍ରଭାବିତ କରିଛି । ଏହି ସଫଳତା ପାଇଁ ତାଙ୍କୁ ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀରେ ସମ୍ମାନିତ କରାଯାଇଛି ।
ପ୍ରାୟ ୧୫ଟି ଦେଶର ଶିକ୍ଷାବିଦ ଏବଂ ସମୀକ୍ଷକଙ୍କ ଉପସ୍ଥିତିରେ ତାଙ୍କୁ ଏହି ସାର୍ଟିଫିକେର୍ଟ ପ୍ରଦାନ କରାଯାଇଥିଲା । RELTTAW ର ପ୍ରତିଷ୍ଠାତା ରୋମାନିଆର କୋରନିଆ ସୁଜଦେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ପରେ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀକୁ ଖିଲାରଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଏହି ସମ୍ମିଳନୀରେ ୭ଟି ଦେଶର ପ୍ରାୟ ୪୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଭାରତ ପକ୍ଷରୁ ଶ୍ରୀ ଖିଲାର ପ୍ରତିନିଧିତ୍ୱ କରିଥିଲେ ।
ଖିଲାର ମଧ୍ୟ ପ୍ରାଇମ ଟାଇମ ରିସର୍ଚ୍ଚ ମେଡିଆ ପୁରସ୍କାର ମଧ୍ୟ ପାଇଛନ୍ତି । ଏହାବ୍ୟତୀତ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗବେଷଣା ପାଇଁ ତାଙ୍କୁ ୟୁନେସ୍କୋ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଖିଲାର କହିଛନ୍ତି, ସମାଜରୁ ଅନ୍ଧ ବିଶ୍ୱାସ ଦୂରେଇବା ପାଇଁ ସେ ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଏଥି ସହିତ ଶିକ୍ଷାରୁ ବଞ୍ଚିତ ଲେକାଙ୍କୁ ଉପଯୁକ୍ତ ଶିକ୍ଷା ମାଧ୍ୟମରେ ମୁଖ୍ୟ ସ୍ରୋତରେ ମିଶାଇବା ପାଇଁ ଚେଷ୍ଟା କରି ଆସୁଛି ।
BREAKING NEWS
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
Comments are closed.