ଭୁବନେଶ୍ୱର: ରାଜ୍ୟରେ ଯେପରି ଅଗ୍ନିବର୍ଷା ହେଉଛି। ଦିନ ୧୦ ଟାରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଆଜି ଦିନ ୧୧ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ରାଜ୍ୟରେ ଅସମ୍ଭାଳ ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ।
ଆହୁରି ୨ଦିନ ପ୍ରବଳ ଖରା ହେବ। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ସାଢ଼େ ୧୧ଟାରେ ୩୮ ଟପିଲା ତାପମାତ୍ରା। ୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡ଼ା ୩୮, ହୀରାକୁଦରେ ୩୭.୪ ଡିଗ୍ରୀ ରହିଛି ତାପମାତ୍ରା।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ। ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Comments are closed.