Latest Odisha News

BREAKING NEWS

ଓଡିଶାରେ ନିଲାମ ହେବ ୪୦ ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ଆର୍ଥୀକ ବର୍ଷରେ ରାଜ୍ୟ ସରକାର ଓଡିଶାର ପାଖାପାଖି ୪୦ଟି ଖଣିକୁ ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ୪୦ଟି ଖଣି ମଧ୍ୟରୁ ୨୦୨୦ ମସିହା ସୁଦ୍ଧା ପାଖାପାଖି ୨୪ଟି ଖଣି ଲାଇସେନ୍ସ ସମାପ୍ତ ହେଉଛି । ପରବର୍ତ୍ତୀ ମସୟରେ ସେଗୁଡିକୁ ପୁଣି ନିଲାମ କରାଯିବାକୁ ଥିବାବେଳେ ପ୍ରଥମଥର ଲାଗି ୧୬ ଖଣିର ନିଲାମ ହେବ ।

ରାଜ୍ୟ ସରକାର ପୂର୍ବରୁ ୭ଟି ଖଣିର ନିଲାମ କରିଥିବା ନେଇ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.