Latest Odisha News

BREAKING NEWS

ବୈଷୟିକ ଜ୍ଞାନ-କୌଶଳରେ ଚାଷ; ଏଥର ଧାନ ଅମଳ ଦ୍ୱିଗୁଣା ହେବାନେଇ ବାଲେଶ୍ୱର ଚାଷୀଙ୍କ ଦୃଢୋକ୍ତି

ଭୁବନେଶ୍ୱର: “ଏଥର ଖରିଫ ଋତୁରେ ମୁଁ ନିଶ୍ଚିତ ଭାବେ ପ୍ରଚୁର ଧାନ ଅମଳ କରିପାରିବି,”ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ ଅନ୍ତର୍ଗତ କୁରୁଡ଼ା ଗ୍ରାମର ଚାଷୀ ପ୍ରହ୍ଲାଦ ବେହେରା ।

ସେ ଅନେକ କୃଷି ବୈଜ୍ଞାନିକମାନଙ୍କର ସୁପରାମର୍ଶ ଗ୍ରହଣ କରି ଚାଷ କରିବା ସହିତ ଉନ୍ନତମାନର ବୈଷୟିକ ଜ୍ଞାନ କୌଶଳକୁ ନିଜ କୃଷିକାର୍ଯ୍ୟରେ ଉପଯୋଗ କରିଛନ୍ତି ଓଡ଼ିଆ ଚାଷୀ ପ୍ରହ୍ଲାଦ ।

ପୂର୍ବରୁ ଏହି ୫୫ ବର୍ଷ ବୟସ୍କ ଧାନଚାଷୀ ଜଣକ ତାଙ୍କର ୫ ଏକର ଚାଷଜମିରେ ସାଧାରଣ ଭାବେ ଚାଷ କରି ବିଶେଷ ଅମଳ କରିପାରୁନଥିଲେ ।

ତେବେ ଏହା ପରିବର୍ତ୍ତନ ହେଲା ସେ ଯେବେଠାରୁ ‘ରିଲାଏନ୍ସ ଫାଉଣ୍ଡେସନ’ ଦ୍ୱାରା ଏକ କୃଷି ଭିତ୍ତିକ ପରାମର୍ଶ କାର୍ଯ୍ୟକ୍ରମରେ ନିଜକୁ ଅନ୍ତର୍ଭୃକ୍ତ କରିନେଲେ । ବାଲେଶ୍ୱର ଜିଲ୍ଲା କୁରୁଡ଼ା ଗ୍ରାମର ଏହି କୃଷକ ପ୍ରହ୍ଲାଦ ୨୦୧୭ରୁ ‘ରିଲାଏନ୍ସ ଫାଉଣ୍ଡେସନ’ ଦ୍ୱାରା ବିଭିନ୍ନ କୃଷି ପରାମର୍ଶ ମୋବାଇଲ୍ ଆପ୍ସ ମାଧ୍ୟମରେ ଆହରଣ କରିବାକୁ ଲାଗିଲେ । ଏହି ଉନ୍ନତ ବୈଜ୍ଞାନିକ ପଦ୍ଧତି ତଥା ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ନିଜ ଧାନ ଚାଷରେ ଉପଯୋଗ କରିବାକୁ ଲାଗିଲେ ପ୍ରହ୍ଲାଦ । ସେ ଫାଉଣ୍ଡେସନରେ ଉପଲବ୍ଧ ଥିବା ଟୋଲ୍ ଫ୍ରି ନମ୍ବରରେ କଲ୍ କରି କିପରି ହଳ କରି ବିହନ ବୁଣିବା, ଚାରା ରୋଇବା ତଥା ସାର ଓ କୀଟନାଶକର ସଠିକ୍ ଉପଯୋଗକୁ ବୁଝି ଚାଷରେ ଲଗାଇଲେ । ଧାନ ଚାଷର ବିଭିନ୍ନ ରୋଗ ସମ୍ପର୍କରେ ବୁଝି ତାହାର ନିରାକରଣ କରିବା ସହିତ ଅମଳ କରିବା ସମୟରେ କେଉଁ ଉପାୟ ଅବଲମ୍ବନ କରାଯିବ ତାହାର ମଧ୍ୟ ଜ୍ଞାନ ସହଜରେ ବୁଝିନେଇଛନ୍ତି ସଫଳ ଚାଷୀ ପ୍ରହ୍ଲାଦ ।

ସେ ମଧ୍ୟ ମଝିରେ ମଝିରେ ବିଭିନ୍ନ ସ୍ଥାନ ସହିତ କନଫରେନ୍ସ କଲ୍ ମାଧ୍ୟମରେ ସାର ଓ କୀଟନାଶକ ବ୍ୟବହାର ସମ୍ପର୍କରେ ଅନେକ ଅଡ଼ିଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାଆନ୍ତି ।

ଏବେ ଏହି ବାଲେଶ୍ୱର ଜିଲ୍ଲାର ଚାଷୀ ଜଣକ ତାଙ୍କ ଚାଷ ଜମିରେ ଧାନ, ଶୋରିଷ, ତୀଳ ଏବଂ ବିଭିନ୍ନ ପରିବା ଚାଷ କରୁଛନ୍ତି । ନିକଟରେ ସେ ସଫଳତାର ସହିତ ୩ କ୍ୱିଣ୍ଟାଲ୍ ଶୋରିଷ ଏବଂ ୨ କ୍ୱିଣ୍ଟାଲ୍ ତୀଳ ଅମଳ କରିଛନ୍ତି ।

ଏପରିକି ତାଙ୍କ ଘର ପଛପଟେ ଥିବା ପ୍ରାୟ ୫୦ ଡ଼େସିମାଲ୍ ପରିବ୍ୟାପ୍ତ ଏକ ପୋଖରୀରେ ମାଛ ଚାଷ କରିଛନ୍ତି । ଏହି ‘ରିଲାଏନ୍ସ ଫାଉଣ୍ଡେସନ’ର ସମସ୍ତ ଜ୍ଞାନ କୌଶଳକୁ ଆପଣେଇ ନେଇଥିବା ଯୋଗୁଁ ସଫଳ ଚାଷୀ ପ୍ରହ୍ଲାଦ ଭଲ ମାଛ ଉତ୍ପାଦନ ହେବା ନେଇ ଆଶା ବାନ୍ଧିଛନ୍ତି ।

‘ରିଲାଏନ୍ସ ଫାଉଣ୍ଡେସନ’ର ଏହି କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରାୟ ୩୦ ଜଣ ଚାଷୀ କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା କଥାବାର୍ତ୍ତା ଓ ଆଲୋଚନା ମାଧ୍ୟମରେ ବିଭିନ୍ନ ଜରୁରୀ ପରାମର୍ଶ ଗ୍ରହଣ କରିଛନ୍ତି । ଏହାକୁ ଏହି ଚାଷୀମାନେ ନିଜ ଚାଷଜମିରେ ଉପଯୋଗ କରିବା ସହିତ ଉପକୃତ ହୋଇପାରିଛନ୍ତି ।

ଗ୍ରାମାଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଫାଉଣ୍ଡେସନ’ର ମୁଖ୍ୟ ନୀତା ଅମ୍ବାନୀ ୧୧ଟି ରାଜ୍ୟରେ ‘ରିଲାଏନ୍ସ ଫାଉଣ୍ଡେସନ ଇନଫରମେସନ ସର୍ଭିସେସ୍’ ଗଠନ କରିଛନ୍ତି । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ କିପରି ଗ୍ରାମୀଣ ବିକାଶ ସମ୍ଭବ ହୋଇପାରିବ ଏହାହିଁ ଫାଉଣ୍ଡେସନର ଆଭିମୁଖ୍ୟ । ବାଲେଶ୍ୱର କୁରୁଡ଼ା ଗ୍ରାମର ଚାଷୀ ପ୍ରହ୍ଲାଦଙ୍କ ପରି ବିଭିନ୍ନ ରାଜ୍ୟର ଅନେକ ଗ୍ରାମୀଣ ଚାଷୀ ଏହି ଫାଉଣ୍ଡେସନ ମାଧ୍ୟମରେ ଉପକୃତ ହୋଇପାରିଛନ୍ତି ।

Leave A Reply

Your email address will not be published.