Latest Odisha News

ଓଡିଶା ହେବ ଦେଶର ବିକଶିତ ଇଞ୍ଜିନ:ମୋଦି

ନୂଆଦିଲ୍ଲୀ: ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ।ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । କିଛି ଏଭଳି ବଡ଼ ମନ୍ତବ୍ୟ ଦେଇଛନ୍ତି ଏନ୍‌ଡିଏ ନେତା ନିର୍ବାଚିତ ହେବାପରେ ମୋଦି । ଚଳିତ ନିର୍ବାଚନରେ ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ଆଜି ସଂସଦରେ ଖୁସି ବ୍ୟକ୍ତ କରିଛନ୍ତି ମୋଦି ।

ମୋଦି କହିଛନ୍ତି,ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ବପ୍ନକୁ ନୂଆ ଗତି ଦେବ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ। ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ କହିଲେ ମୋଦି ।

ସେପଟେ ବିରୋଧିକୁ ମଧ୍ୟ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ବିଗତ ଅନେକ ବର୍ଷ ହେଲାଣି କଂଗ୍ରେସ ଶହେ ସିଟ୍‌ ଛୁଇଁ ପାରିନି । ଗତ ୩ ନିର୍ବାଚନରେ କଂଗ୍ରେସ ଯେତିକି ପାଇଛି, ଆମେ ଥରକରେ ତାଠୁ ଅଧିକ ପାଇଛୁ । ବିରୋଧୀ ରାଷ୍ଟ୍ରହିତ ଭାବନା ନେଇ ସଂସଦରେ କାର୍ଯ୍ୟ କରିବ ଆଶା ବୋଲି କହିଲେ ମୋଦି ।

ଲଗାତାର ଦେଶବାସୀଙ୍କୁ ବାଣ୍ଟିବାକୁ ପ୍ରୟାସ କରାଗଲା । ଲୋକଙ୍କ ଭିତରେ ବିଦ୍ବେଷ, ଭେଦଭାବ ସୃଷ୍ଟି ପାଇଁ ଚେଷ୍ଟା ହେଲା । କିନ୍ତୁ ଏସବୁକୁ ଲୋକ ପ୍ରତ୍ୟାଖ୍ୟାନ କଲେ କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି । ଚଳିତ ନିର୍ବାଚନରେ ଏନ୍‌ଡିଏର ମହାବିଜୟ କହିଲେ ପ୍ରଧାନମନ୍ତ୍ରୀ ।

ଶୁକ୍ରବାର  ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ତୃତୀୟ ଥର ପାଇଁ ଦେଶରେ ଆରମ୍ଭ ହେବାକୁ ଯାଉଛି ମୋଦି ସରକାର।

Leave A Reply

Your email address will not be published.