Latest Odisha News

BREAKING NEWS

ଗୁମର ଖୋଲିଲେ ଓଡିଆ ସାଂସଦ, ପତ୍ନୀ କହିବାରୁ କେନ୍ଦ୍ରର ଶପଥ ଗ୍ରହଣରେ ଯୋଗଦେଲେନି

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ନିଜ ଧର୍ମପତ୍ନୀଙ୍କ ପରାମର୍ଶ ମାନି ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ ବୋଲି ପ୍ରକାଶ କରିଛନ୍ତି ।

ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ୫ ଥରର ସାଂସଦ ଜୁଏଲ ଓରାମ୍ ରାଉରକେଲାରେ ଆୟୋଜିତ ଏକ ସମାରୋହରେ ବୁଧବାର ଦିନ ଯୋଗଦେଇଥିଲେ । ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୁଁ ଜଣେ ରକ୍ତ, ମାଂସଧାରୀ ମଣିଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାନଯିବାରୁ ମୋତେ ମଧ୍ୟ ଖୁବ୍ ବାଧିଥିଲା” ।

ପରେ ମୁଁ ପତ୍ନୀଙ୍କ ସହ ଦିଲ୍ଲୀ ଗସ୍ତରେ ଯାଇଥିଲି । ସେଠାରେ ଶପଥ ଗ୍ରହଣ ଉତ୍ସବକୁ ଆମେ ଯିବା କି ନାହିଁ ବୋଲି ତାଙ୍କୁ ପଚାରିଥିଲି । କିନ୍ତୁ ସେ ଅସୁସ୍ଥତା ଅନୁଭବ କରୁଥିବାରୁ ଉତ୍ସବକୁ ଯିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ତେଣୁ ମୁଁ ବି ଶପଥ ଗ୍ରହଣ ସମାରୋହକୁ ଗଲିନି ବୋଲି ଜୁଏଲ୍ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମୋଦିଙ୍କ କ୍ୟାବିନେଟରୁ ବାଦ ପଡିବା ପରେ ଶ୍ରୀଯୁକ୍ତ ଓରାମ୍ ମେ’ ୩୧ରେ ଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, “ଗତଥର ମୋତେ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ସୁଯୋଗ ମିଳିଥିଲା। ଏଥର ଆଉ କିଛି ବ୍ୟକ୍ତିଙ୍କୁ ଏହି ଅବସର ମିଳିଛି। ଏହା ଏକ ସୁସ୍ଥ ଗଣତାନ୍ତ୍ରୀକ ପରମ୍ପରାର ସଙ୍କେତ” ଅଟେ।

Leave A Reply

Your email address will not be published.