Latest Odisha News

BREAKING NEWS

୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ବିଶିଷ୍ଟ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅର୍ଥନୀତିକୁ ଏକ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ କରିବା ଓଡିଶାର ଲକ୍ଷ୍ୟ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

“ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ ହେବା ସମ୍ଭାବନା” ଶୀର୍ଷକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ଭିଜନ୍ ଡକ୍ୟୁମେଣ୍ଟଟି ଜେଏସଡବ୍ଲ୍ୟୁ ତଥା ପିଡବ୍ଲ୍ୟୁସି ଇଣ୍ଡିଆ ମିଳିତ ଉଦ୍ୟମରେ ହୋଇ ରାଜ୍ୟ ସଚିବାଳୟଠାରେ ପ୍ରକାଶିତ ହୋଇଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଓଡିଶା ହେଉଛି ଏକ ମ୍ୟାନୁଫ୍ୟାକ୍ଟରିଂ ହବ୍ ଏବଂ ଏହା ଦେଶର ବିକାଶ ଦିଗରେ ଏକ ଅଗ୍ରଣୀ ଭୂମିକା ବହନ କରୁଛି ।

ଏହି ଅବସରରେ ଜେଏସଡବ୍ଲ୍ୟୁ ଗ୍ରୁପର ସିଏମଡି ସଜ୍ଜନ ଜିନ୍ଦଲ ଓଡିଶାକୁ ଏକ ଲୁକ୍କାୟିତ ରତ୍ନଭଣ୍ଡାର ବୋଲି କହିଛନ୍ତି ।

Leave A Reply

Your email address will not be published.