Latest Odisha News

BREAKING NEWS

ସେମିଫାଇନାଲରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସ୍କୋର – ୪୨ /୪

ଲଣ୍ଡନ: ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ୧ମ ସେମିଫାଇନାଲ୍ ଖେଳରେ ବୁଧବାର ଦିନ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । କିୱି ଦଳର ୨୩୯ ରନକୁ ପିଛାକରି ଭାରତ ୧୧ ଓଭରରେ ୪ଟି ମୂଲ୍ୟବାନ ୱିକେଟ ହରାଇ କରିଛି ମାତ୍ର ୨୪ ରନ ।

ଭାରତୀୟ ଦଳ ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ କିୱି ବୋଲରଙ୍କ ସୁନ୍ଦର ସ୍ୱିଙ୍ଗ୍ ଆଗରେ ବେଶି ସମୟ ତିଷ୍ଠି ପାରିନାହାନ୍ତି । ଭାରତର ୩ଟି ୱିକେଟ ପଡ଼ିଯାଇଥିଲା ମାତ୍ର ୫ ରନ ମଧ୍ୟରେ । ଓପନର କେ ଏଲ୍ ରାହୁଲ୍ ମାତ୍ର ୧ ରନ, ରୋହିତ ଶର୍ମା ଏବଂ କପ୍ତାନ ବିରାଟ କୋହଲୀ ସେହିପରି ୧ ରନ କରି ସହଳ ନିଜ ନିଜ ୱିକେଟ ଫିଙ୍ଗି ଦେଇଛନ୍ତି । ଦୁର୍ଭାଗ୍ୟଜନକ ଭାବେ ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ରିଷଭ ପନ୍ଥ ୨୦ ରନ ଏବଂ ଦିନେଶ କାର୍ତ୍ତିକ ୬ ରନ କରି କ୍ରିଜରେ ଖେଳୁଛନ୍ତି । ଭାରତ ୧୪ ଓଭରରେ ୪୨ ରନ କରି ଖେଳୁଛି ।

କିୱି ବୋଲର୍ ମ୍ୟାଟ୍ ହେନେରୀ ଚମତ୍କାର ବୋଲିଂ କରି ୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ବୋଲ୍ଟଙ୍କୁ ଗୋଟିଏ ୱିକେଟ ମିଳିଛି ।

Leave A Reply

Your email address will not be published.