Latest Odisha News

କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ । ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ପ୍ରଦାନ ଲାଗି ଗଞ୍ଜେଇପଦରରେ ଏହି ସ୍କୁଲ ଖୋଲାଯିବ । ସ୍ୱତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳ ଅବଦଲ ଅଖତର ଜଣାଇଛନ୍ତି । ଏହାଦ୍ୱାରା କୋଟିଆ ଅଞ୍ଚଳର ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ପାଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ନିଜସ୍ୱ ବିଦ୍ୟାଳୟ ଘର ନିର୍ମାଣ ହେବା ପର୍ଯ୍ୟନ୍ତ ଗଞ୍ଜେଇପଦରରେ ଥିବା ଆଦିବାସୀ ଜାତି ଜନଜାତି ଦ୍ୱାରା ନିର୍ମିତ ବିଦ୍ୟାଳୟରେ ଏହି ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ କରିବ । ତେଲୁଗୁ ଭାଷାରେ ପାଠ ପଢ଼ିବାକୁ ଆନ୍ଧ୍ରା ମୁହାଁ ହେଉଥିବା ଛାତ୍ରଛଝାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢ଼ିବାକୁ ସୁଯୋଗ ମିଳିବ ।

ଏହି ଅଞ୍ଚଳରେ ଏହା ଏକ ଦୀର୍ଘଦିନର ଆବଶ୍ୟକତା ଥିଲା । ଆମେ ଖୁସି ଯେ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏହା ଆବଶ୍ୟକ ଅନୁଦାନ ପ୍ରଦାନ କରାଯାଇଛି ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର କହିଛନ୍ତି ।

Leave A Reply

Your email address will not be published.