ଭୁବନେଶ୍ୱର:ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲା ଯିବ ।
ସୂଚନାଥାଉକି, ସୋନପୁରରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଖୋଲାଯିବ । ଚିପିଲିମାରେ ପ୍ରାଣୀ ସମ୍ପଦ ଓ ବଲାଙ୍ଗିରରେ କୃଷି କଲେଜ ଖୋଲିବ ।
ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂଘର 26ତମ ବାର୍ଷିକ ଦିବସରେ ଯୋଗଦେଇ ଏହା କହିଛନ୍ତି।