Latest Odisha News

BREAKING NEWS

ଏପ୍ରିଲ ମାସ ଶେଷ ସୁଦ୍ଧା ଦୈନିକ ୩ ହଜାର ଟେଷ୍ଟ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ମୁକାବିଲା ପାଇଁ ଏପ୍ରିଲ ମାସ ଶେଷ ସୁଦ୍ଧ ଦିନକୁ ୩ ହଜାର ଟେଷ୍ଟ କରାଯିବ । ଏନେଇ ଆଜି ବସିଥିବା ମନ୍ତ୍ରୀ ସ୍ତରୀୟ ବୈଠକରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୪ ମେଡିକାଲ କଲେଜ ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟ ଏବଂ ଓୟୁଏଟିରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ । ଆଇଏଲଏସ୍‌ରେ ଦିନକୁ ୪୫୦ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ସୀମା ସିଲ୍ ଅଧିକ କଡାକଡି କରାଯାଇଛି । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବିଥିବାରୁ ସମ୍ପୂର୍ଣ୍ଣ ସିଲ୍ ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଂଚାୟତ ସ୍ତରରେ ୫ ଜଣିଆ କମିଟି ସରପଂଚଙ୍କ ଅଧ୍ୟକ୍ଷତାରେ ହେବ । କମିଟିରେ ପଂଚାୟତ ସମ୍ପାଦକ, ଶିକ୍ଷକ ଓ ଜିଆର୍‌ଏସ୍ ରହିବେ । ସଂଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି ।

Leave A Reply

Your email address will not be published.