Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି ପାକିସ୍ତାନ: ଡିଜିପି ଦିଲବାଗ୍ ସିଂହ

ଶ୍ରୀନଗର: ସମସ୍ତ ପ୍ରକାରର ମାନବିକତାକୁ ଭୁଲି ଯାଇଛି ପାକିସ୍ତାନ । ଏବେ ସମସ୍ତ ସାରା ବିଶ୍ୱରେ ମଣିଷ ସମାଜ କରୋନା ଭୂତାଣୁ ଜନିତ ସଂକ୍ରମଣରେ ଯନ୍ତ୍ରଣା ଭୋଗୁଥିବା ବେଳେ ପାକିସ୍ତାନ ଏହି ମରଣାନ୍ତକ ଭୂତାଣୁର ଫାଇଦା ନେବାର ହୀନ ଚକ୍ରାନ୍ତ କରିବାକୁ ପଛାଉନାହିଁ । ପାକିସ୍ତାନ ଜମ୍ମୁ ଓ କାଶ୍ମୀରକୁ କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ପଠାଇବାରେ ଲାଗିଛି ।

ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ୍ ସିଂହ ଅଭିଯୋଗ କରି କହିଛନ୍ତି ଯେ, କୋଭିଡ୍‌-୧୯ ରୋଗରେ ଆକ୍ରାନ୍ତ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସୀମା ସେପଟୁ ଜମ୍ମୁ ଓ କାଶ୍ମୀର ମଧ୍ୟକୁ ପଠାଇବାରେ ଲାଗିଛି । ଭାରତରେ କରୋନା ସଂକ୍ରମଣ ବୃଦ୍ଧି କରିବା ଲକ୍ଷ୍ୟରେ ପାକିସ୍ତାନ ଏପରି ହୀନ ଚକ୍ରାନ୍ତ କରିଛି ।

କାଶ୍ମୀର ଉପତ୍ୟକାରେ ଏପର୍ଯ୍ୟନ୍ତ ୪୦୭ଟି ପଜିଟିଭ୍ କେସ୍ ଆସିଛି । ଜନସାଧାରଣଙ୍କୁ ଏନେଇ ବାରମ୍ବାର ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏପରିକି ଏହିପରି ଆତଙ୍କବାଦୀମାନଙ୍କୁ ଆଦୌ ଆଶ୍ରୟ ପ୍ରଦାନ ନକରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ସହର ଗଳିକନ୍ଦି ବା ନିଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଛପି ରହି ଜନବସତି ସ୍ଥାନକୁ ଆସୁଛନ୍ତି । ଏହି ଆତଙ୍କବାଦୀଙ୍କ ବିଷୟରେ ଜାଣିଲେ ଜନସାଧାରଣ ତୁରନ୍ତ ପୋଲିସକୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି ବୋଲି ଡିଜିପି କହିଛନ୍ତି ।

“ପୂର୍ବରୁ ଜମ୍ମୁ ଓ କାଶ୍ମୀର ମଧ୍ୟକୁ ପାକିସ୍ତାନ ବିପୁଳ ପରିମାଣର ମାରଣାସ୍ତ୍ର ସହିିତ ଆତଙ୍କବାଦୀ ପ୍ରେରଣ କରିଆସୁଥିଲା, ମାତ୍ର ଏବେ ଯେଉଁ ଆତଙ୍କବାଦୀମାନେ କରୋନା ଆକ୍ରାନ୍ତ ସେମାନଙ୍କୁ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ଘଟାଇବାକୁ ପଠାଇ ଦିଆଯାଉଛି ।” ଏହା କହିଛନ୍ତି ଡିଜିପି ଶ୍ରୀ ସିଂହ ।

ଏହାବ୍ୟତୀତ, ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦେବା ସହିତ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡ଼ିକ ଉପରେ ତୀକ୍ଷଣ ନଜର ରଖିଛି ।

କାଶ୍ମୀର ଉପତ୍ୟକାରେ ସୋପିଆନ ଜିଲ୍ଲାରେ ୪ ଜଣ ଆତଙ୍କବାଦୀଙ୍କୁ ପୋଲିସ ଗୁଳି କରି ନିପାତ କରିଛି ।

ଇତିମଧ୍ୟରେ, ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୦୭୨କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୨୦୯ରେ ପହଞ୍ଚିଛି ।

Leave A Reply

Your email address will not be published.