Latest Odisha News

BREAKING NEWS

ଆଜିଠୁ ଚାରିଟି ଜିଲ୍ଲା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ୪ଟି ଜିଲ୍ଲାରେ ଉଡ଼ିବ ଆମ୍ବୁଲାନ୍ସ । ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଜିଠୁ ୪ଟି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେଉଛି । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର, କଟକ ଭଳି ହସ୍ପିଟାଲକୁ ଆସିବାକୁ ପଡ଼ିବନି । ନିଜ ଜିଲ୍ଲାରେ ଜିଲ୍ଲା ଚିକିତ୍ସାଳୟରେ ହି ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ।

ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଯୋଜନାର ଉଦଘାଟନ କରିବେ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଆଦି ୪ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ରେ ମାଗଣା ସ୍ୱାସ୍ଥ୍ୟସେବା ପରେ ଏହା ଆଉ ଗୋଟିଏ ଯୁଗାନ୍ତକାରୀ ନିଷ୍ପତ୍ତି ।

୪ଟି ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକେପ୍ଟରରେ ପହଞ୍ଚିବେ ଡ଼ାକ୍ତରୀ ଟିମ୍ । ଆବଶ୍ୟକସ୍ଥଳେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ । ଏହାଦ୍ୱାରା ସମୟ ନଷ୍ଟ ନହେବା ସହ ଦୂରସ୍ଥାନକୁ ଯାତାୟତ କଷ୍ଟରୁ ରୋଗୀଙ୍କୁ ମୁକ୍ତି ମିଳିବ ।

Leave A Reply

Your email address will not be published.