Latest Odisha News

BREAKING NEWS

କଏଦୀଙ୍କ ପାଇଁ ଖୋଲିବ ଜେଲ୍ ଅଦାଲତ

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରଥମ ଥର ପାଇଁ ଆସନ୍ତା ଏପ୍ରିଲ ମାସରୁ ଜେଲ ଭିତରେ ଜେଲ୍ ଅଦାଲତ ଖୋଲିବାକୁ ଯାଉଛନ୍ତି। ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପରି କେତେକ ରାଜ୍ୟ ଅନ୍ତେବାସୀଙ୍କ ପାଇଁ ଏଭଳି ନ୍ୟାୟ ପ୍ରଦାନ କରୁଛନ୍ତି।

ଜେଲ ଅଦାଲତର ଗଠନର ଉଦ୍ଦେଶ୍ୟ ହେଉଛି କୋର୍ଟ ମାମଲାଗୁଡ଼ିକର ଶୀଘ୍ର ସମାଧାନ, କ୍ଷୁଦ୍ର ଅପରାଧୀକ ମାମଲା ଏବଂ ଅଣ୍ଡର-ଟ୍ରାଏଲ କଏଦୀମାନଙ୍କ ବିଭିନ୍ନ ମାମଲାର ଶୀଘ୍ର ସମାଧାନ ଆଦି।

“ଆମେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହିତ ସମନ୍ୱୟ ରକ୍ଷା କରି ଜେଲ୍ ଅଦାଲତକୁ ରାଜ୍ୟ କାରାଗାର ପରିସରରେ କରିବୁ। କେବଳ ଏକ କିମ୍ବା ଦୁଇ ବର୍ଷର ଜେଲ ଦଣ୍ଡାଦେଶର ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଶୀଘ୍ର ସମାଧାନ ହେବ” ବୋଲି ପୋଲିସ ମହାନିର୍ଦ୍ଦେଶକ (ଜେଲ) ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

Comments are closed.