Latest Odisha News

BREAKING NEWS

ଆଜି ଓଡିଶାରେ ପହଞ୍ଚିବ ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଓଡିଶାରେ ଆଉ ଦୁଇ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିବ ବୋଲି ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ୱେଲ୍‌ଫେୟାର୍‌ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟ ଏହି ଟିକା ପାଇବା ପରେ ସୋମବାର ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଶା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କୋଭିଶିଲ୍ଡର ତିନି ଲକ୍ଷ ଡୋଜର ଷ୍ଟକ୍ ରହିଛି ଯାହା ଦୁଇ ଦିନ ଧରି ଅଭିଯାନ ଜାରି ରଖିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଟିକାକରଣର ଅଭାବ ହେତୁ ପ୍ରାୟ ୧୦୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିଲା ଏବଂ ରବିବାର ଦିନ କେବଳ ୪୨୭ କେନ୍ଦ୍ରରେ ଟିକାକରଣ ଅଭିଯାନ ଚାଲିଥିଲା।

Comments are closed.