ଭୁବନେଶ୍ୱର: ଜୁନ୍ ୩ ରେ ଓଡିଶା ପହଞ୍ଚିବ ୩,୦୫,୪୬୦ କୋଭିଶିଲ୍ଡ ଟିକା। ଏ ନେଇ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ସୋମବାର ସୂଚନା ଦେଇଛି।
ବିଶେଷ କରି ୪୫ ବୟସରୁ ଅଧିକ ବୟସ୍କଙ୍କ ପାଇଁ ଏହି ଟିକା ବ୍ୟବହାର କରାଯିବ।
ଏହା ବ୍ୟତୀତ ଜୁନ୍ ୬ ରେ ୪୦,୦୦୦ କୋଭାକ୍ସିନ ଟିକା ଓଡିଶାରେ ପହଞ୍ଚିବ ବୋଲି ବିଭାଗ କହିଛି।
ଏହାପୂର୍ବରୁ ମେ ୨୮ ରେ, ଓଡ଼ିଶା ସରକାର କରୋନା ଟିକା କିଣିବା ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ପ୍ରଦାନ କରିଥିଲେ।
Comments are closed.