Latest Odisha News

ହୀରାକୁଦ ଡ୍ୟାମ୍ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି

ସମ୍ବଲପୁର: ହୀରାକୁଦ ଡ୍ୟାମ ଓ ହୀରାକୁଦ ବନ୍ଧ ପ୍ରକଳ୍ପର ନବୀକରଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୪ ବର୍ଷରେ ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା। ହୀରାକୁଦକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାର ଫଲ୍ , ସିଡି, ଆଉଟଲେଟର ନବୀକରଣ ହେବ । ଆର୍ଥିକ ବର୍ଷ ୨୦୨୪-୨୫ରେ ୩୦ କୋଟି, ୨୦୨୫-୨୬ରେ ୪୪ କୋଟି, ୨୦୨୬-୨୭ରେ  ୪୪ କୋଟି ଏବଂ ୨୦୨୭-୨୮ରେ ୪୫ କୋଟି ପରି ମୋଟ ୧୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ଯୋଜନା ରହିଛି ।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବନ୍ଧରେ ଥିବା ଛିଦ୍ର ସଫା କରାଯିବା ସହ ମରାମତି ହେବ । ଏହାଦ୍ଵାରା କେନାଲ ଶେଷ ଭାଗରେ ଥିବା ଚାଷ ଜମିକୁ ଶତ ପ୍ରତିଶତ ଜଳସେଚନ ହୋଇପାରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.