Latest Odisha News

BREAKING NEWS

ରଣଜୀ ଟ୍ରଫି: ସୌରାଷ୍ଟ୍ର ୫୦୧, ଓଡିଶା ୫୨/୩

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡି ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଓଡିଶା ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ କରୁଛି । ଚିରାଗ ଜାନିଙ୍କ ଦ୍ୱିଶତକ (୨୩୫) ରନ ସହାୟତାରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦୧ ରନ ସଂଗ୍ରହ କରିଥିଲା । ଜୟନ୍ତ ବେହେରା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ୩ୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୩ ୱିକେଟ ହରାଇ ୫୨ ରନ ସଂଗ୍ରହ କରି ବିପଦରେ ପଡିଛି । ଦଳ ଏବେ ସୌରାଷ୍ଟ୍ର ସ୍କୋରଠାରୁ ୪୪୯ ରନ ପଛରେ ରହିଛି ।

ଅଧିନାୟକ ଶୁଭ୍ରାଂଶୁ ସେନାପତି ୮ ଓ ବସନ୍ତ ମହାନ୍ତି କୌଣସି ରନ ନ କରି ଅପରାଜିତ ରହିଛନ୍ତି । ଅନୁରାଗ ଷଡଙ୍ଗୀ ୧୯, ଶାନ୍ତନୁ ମିଶ୍ର ୪ ଓ ଦେବାଶୀଷ ସାମନ୍ତରାୟ ୨୦ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଜୟଦେବ ଉନାଡକଟ, ଚତନ ସାକରିୟା ଓ ଧର୍ମେନ୍ଦ୍ରସିଂ ଜାଡେଜା ଗୋଟିଏ ଲେଖାଁଏ ୱିକେଟ ସୌରାଷ୍ଟ୍ର ପକ୍ଷରୁ ନେଇଛନ୍ତି ।

Comments are closed.