Latest Odisha News

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଆଗରେ ରହିଛନ୍ତି ।

ସଦର ଏନଏସିରେ ନୂଆପଡାରେ ସ୍ୱାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ହୋଇଛନ୍ତି । ମହମ୍ମଦ ଆଦମ ପୂର୍ବରୁ ବିଜେଡି ଦଳୀୟ କର୍ମୀ ହୋଇଥିବା ବେଳେ ତାଙ୍କୁ ଟିକେଟ ମିଳିନଥିବାରୁ ସାଧିନ ଠିଆ ହୋଇଥିଲେ ।ଏହି ବିଜୟ ଶ୍ରେୟ ନୂଆପଡା ବାସୀଙ୍କୁ ଦେଇଛନ୍ତି।

ସେହିପରି ଖଡିଆଳ ରୋଡ ଏନଏସିରେ ଶାଶକ ଦକୁ ପଛରେ ପକାଇ ବିଜେପିର ସୋନିଆ ଜୈନ ବିଜୟୀ ହୋଇଛନ୍ତି । ଖଡିଆଳ ଏନଏସିରୁ କଂଗ୍ରେସ ପ୍ରାର୍ଥୀ ଉଜ୍ୱଳ ଗୁପ୍ତା ବିଜୟୀ ହୋଇଛନ୍ତି । ଖଡିଆଳ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟୀ । ଉଜ୍ୱଳ ଗୁପ୍ତା ରାଜ୍ୟରେ ଜାରି ରହିଛି ପୌର ଭୋଟ ଗଣତି ।ହେଲେ ନୂଆପଡାର ତିନୋଟି ଏନଏସରି ଏଥର ପରିବର୍ତ୍ତନ ଦେଖିବାକୁ ମିଳିଛି । ଶାଶକଲ ବିଜେଡି ଏଥର  କୌଣସି ଅଧ୍ୟକ୍ଷ ଆସନ ହାତେଇ ପାରିନିା

Leave A Reply

Your email address will not be published.