ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନା ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣାକୁ ସାମାନ୍ୟ ହଟାଇ ଦିଆଯାଇଛି । ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଗାଇଲାଇନ୍ । ଏବେ ଆସନ୍ତୁ ନଜର ପକାଇବା ନଭେମ୍ବରରେ କଣ ଖୋଲା ଓ କଣ ସବୁ ବନ୍ଦ ରହିବ ।
– କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି
– ସ୍ଥାନୀୟ ପ୍ରଶାସନ ଲକଡାଉନ୍ କିମ୍ୱା ସଟଡାଉନ୍ ଘୋଷଣା କରିପାରିବେ ନାହିଁ
– ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ
– ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଆୟୋଜନ ଉପରେ କଟକଣା ବଳବତ୍ତର
– କେବଳ ତିର୍ତ୍ତୋଲ ଓ ବାଲେଶ୍ୱରରେ ଉପନିର୍ବାଚନ ପ୍ରଚାର ଶେଷ ଯାଏ ରାଜନୈତିକ ବା ନିର୍ବାଚନୀ ସମାବେଶକୁ ସର୍ତ୍ତମୂଳକ ଅନୁମତି
– କୌଣସି ହଲ, ଅଡିଟୋରିୟମ ବା ରୁଦ୍ଧ କଠୋରୀରେ ସମାବେଶ ଆୟୋଜିତ ହେଉଥିଲେ କ୍ଷମତାର ମାତ୍ର ୫୦ ପ୍ରତିଶତ ଲୋକଙ୍କ ପାଇଁ ଅନୁମତି ମଳିବ
– ବିବାହ ସମାରୋହରେ ସର୍ବାଧିକ ୨୦୦ ଲୋକ ଉପସ୍ଥିତ ରହିପାରିବେ
– ଶେଷକୃତ୍ୟ ବା ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି
– ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏ ବନ୍ଦ ରହିବ
– କେବଳ ଗଣଶିକ୍ଷା ବିଭାଗ ଅଧୀନରେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ
– ସିନେମା ହଲ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ୍ ଆଦି ବନ୍ଦ ରହିବ
– ନଭେମ୍ବର ୧୬ ତାରିଖ ପରେ ସିନେମା ହଲ୍ ଖୋଲିବା ନେଇ ନିଷ୍ପତ୍ତି ନେବେ ସରକାର
BREAKING NEWS
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
Comments are closed.