ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନା ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣାକୁ ସାମାନ୍ୟ ହଟାଇ ଦିଆଯାଇଛି । ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଗାଇଲାଇନ୍ । ଏବେ ଆସନ୍ତୁ ନଜର ପକାଇବା ନଭେମ୍ବରରେ କଣ ଖୋଲା ଓ କଣ ସବୁ ବନ୍ଦ ରହିବ ।
– କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି
– ସ୍ଥାନୀୟ ପ୍ରଶାସନ ଲକଡାଉନ୍ କିମ୍ୱା ସଟଡାଉନ୍ ଘୋଷଣା କରିପାରିବେ ନାହିଁ
– ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ
– ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଆୟୋଜନ ଉପରେ କଟକଣା ବଳବତ୍ତର
– କେବଳ ତିର୍ତ୍ତୋଲ ଓ ବାଲେଶ୍ୱରରେ ଉପନିର୍ବାଚନ ପ୍ରଚାର ଶେଷ ଯାଏ ରାଜନୈତିକ ବା ନିର୍ବାଚନୀ ସମାବେଶକୁ ସର୍ତ୍ତମୂଳକ ଅନୁମତି
– କୌଣସି ହଲ, ଅଡିଟୋରିୟମ ବା ରୁଦ୍ଧ କଠୋରୀରେ ସମାବେଶ ଆୟୋଜିତ ହେଉଥିଲେ କ୍ଷମତାର ମାତ୍ର ୫୦ ପ୍ରତିଶତ ଲୋକଙ୍କ ପାଇଁ ଅନୁମତି ମଳିବ
– ବିବାହ ସମାରୋହରେ ସର୍ବାଧିକ ୨୦୦ ଲୋକ ଉପସ୍ଥିତ ରହିପାରିବେ
– ଶେଷକୃତ୍ୟ ବା ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି
– ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏ ବନ୍ଦ ରହିବ
– କେବଳ ଗଣଶିକ୍ଷା ବିଭାଗ ଅଧୀନରେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ
– ସିନେମା ହଲ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ୍ ଆଦି ବନ୍ଦ ରହିବ
– ନଭେମ୍ବର ୧୬ ତାରିଖ ପରେ ସିନେମା ହଲ୍ ଖୋଲିବା ନେଇ ନିଷ୍ପତ୍ତି ନେବେ ସରକାର
BREAKING NEWS
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
Comments are closed.