Latest Odisha News

BREAKING NEWS

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଏତେ ପରିମାଣର ଦଳ ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଏସ୍. ହସୀମ ବକ୍ସ ଓ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣା ପଡ଼ିଛି ।

କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଘଟଣାସ୍ଥଳରୁ ୧ କିଲୋ ୧୭୦ କିଲୋ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ମୂଲ୍ୟ କୋଟିଏ ଟଙ୍କା ହେବ । ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ପୋଲିସ ।

ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ରେକର୍ଡ ୨୨ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ୨୪ଟି ମାମଲା ରୁଜୁ କରିଥିବା ବେଳେ ୪୪ରୁ ଅଧିକ ଲୋକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

Leave A Reply

Your email address will not be published.