Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଗଲେ ପୋଲିସ୍ ବାବୁ, ମାଡିବସିଲା ଭିଜିଲାନ୍ସ

ଖଣ୍ଡପଡା: ଲାଞ୍ଚ ନେଉଥିଲେ ପୋଲିସ୍ ଏସଆଇ । ମାଡିବସିଲା ଭିଜିଲାନ୍ସ । ମଦବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡା ଏସଆଇ ଶେଖ୍ ରେହମାନଙ୍କୁ ବାନ୍ଧିଛି ଭିଜିଲାନ୍ସ । ଭିଜିଲାନ୍ସ ପୋଲିସ୍ ବାବୁଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାତକ ଜବତ କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମଦ ବେପାରୀଙ୍କ ନାଁରେ ଥିବା ଏକ ମାମଲାକୁ ରଫାଦଫା କରାଇ ଦବା ପାଇଁ ସେମାନଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ରେହମାନ । ତେବେ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ମଦ ବେପାରୀ ମାନଙ୍କୁ ଆହୁରି ଦେବା ପାଇଁ ବ୍ଲାକମେଲ୍ କରୁଥିଲେ । ଯାହାପରେ ମଦ ବେପାରୀ ଜଣଙ୍କ ଘଟଣା ସଂପର୍କରେ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ ।

ଭିଜିଲାନ୍ସ ଅଧିକାରୀ ଯୋଜନା ମୁତାବକ ଛକି ରହିଥିବା ବେଳେ ରେହମାନ ତାଙ୍କ ଭଡ଼ା ଘର ଖଳିସାହିରେ ଲାଞ୍ଚ ଟଙ୍କା ମଦ ବେପାରୀଙ୍କ ଠାରୁ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ତାଙ୍କ ନାଁରେ ମାମଲା ରୁଜ୍ଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.