Latest Odisha News

BREAKING NEWS

ଗିରଫ ହେଲେ କୋଟପାଡ଼ ଏଡିଇଓ ପାର୍ଥ ସାରଥୀ ବିଶୋଇ

କୋରାପୁଟ : ଗିରଫ ହେଲେ କୋଟପାଡ଼ ଏଡିଇଓ ପାର୍ଥ ସାରଥୀ ବିଶୋଇ | କୋଟପାଡ଼ ଆକାଉଣ୍ଟାଣ୍ଟ୍ କମ ଡାଟା ଏଣ୍ଟ୍ରି ଅପରେଟର ପାର୍ଥ ସାରଥୀ ବିଶୋଇଙ୍କ ଘରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାର୍ଥସାରଥୀଙ୍କ ଘରେ ଚାଲିଥିଲା ଭିଜିଲାନ୍ସ ଚଢାଉ | ଜୟପୁର ଓ କୋରାପୁଟ ସମେତ ୭ ଟି ସ୍ଥାନରେ ଚାଲୋଥିଲା ଚଢାଉ |

ତେବେ ଚଢାଉ ବେଳେ ଶ୍ରୀ ବିଶୋଇଙ୍କର ୩ଟି କୋଠା, ୧୬ଟି ପ୍ଲଟ୍‌, ଯାହାକି ୮୫୦୦ ବର୍ଗଫୁଟ୍‌ରେ ବ୍ୟାପିଥିବା ଏକ କାଜୁ ପ୍ରଶସ୍ତୀକରଣ କାରଖାନା, ୨୮୫ଗ୍ରାମ୍‌ ସୁନା, ନଗଦ ୨ଲକ୍ଷ ୪୫ ହଜାର, ୨ଟି କଂକ୍ରିଟ୍‌ ମିକ୍ଚର ମେସିନ୍‌, ୨ଟି ଧାନକଟା ମେସିନ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଠାବ ହୋଇଛି। ଗିରଫ ପରେ ଶ୍ରୀ ବିଶୋଇଙ୍କୁ ଆଜି କୋର୍ଟରେ ହାଜର କରିବ ଭିଜିଲାନ୍ସ ।

ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶ୍ରୀ ବିଶୋୟୀ ସରକାରୀ ଚାକିରି ସିନା କରୁଥିଲେ ସେ ଚାରିଆଡୁ ଟଙ୍କା ରୋଜଗାର କରୁଥିଲେ। ଚାଷ, ଠିକା, ଶିଳ୍ପ ପ୍ରଭୁତି ଉତ୍ସରୁ ତାଙ୍କୁ ଟଙ୍କା ମିଳୁଥିଲା। ଜଣେ ତୃତୀୟ ଶ୍ରେଣୀର କର୍ମଚାରୀଙ୍କ ପାଖରେ ଏତେ ସମ୍ପତ୍ତି ଦେଖି ତାଜୁବ୍ ହୋଇଥିଲେ ଭିଜିଲାନ୍ସ ଟିମ୍ ।

 

 

Comments are closed.