Latest Odisha News

ଚାଲିପାରୁନି ଗୃହ, ପୁଣି ୪ଟା ଯାଏଁ ମୁଲତବି

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ହିଁ ଚାଲିପାରୁନି ଗୃହ । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମାରେ ୧୨ ଯାଏଁ ଗୃହକୁ ମୁଲତବି ରଖାଯାଇଥିବା ବେଳେ ଏବେ ପୁଣି ଥରେ ୪ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ତେବେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ  । ପ୍ରଥମେ ବିଜେଡି ମଣ୍ଡିରେ କଟନୀଛଟନି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଆଲୋଚନା ଦାବି କରିଥିଲା । ଏହାକୁ ନେଇ ଉଭୟ ବିରୋଧୀ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ନଚାଲିପାରିବାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଏହାପରେ ୧୨ଟାରେ ପୁଣି ଥରେ ଗୃହ ଆରମ୍ଭ ହୋଇଥିବା ବେଳେ ଚାଷୀ ପ୍ରସଙ୍ଗକୁ ନେଇ ଜୋରଦାର ହଟ୍ଟଗୋଳ କରିଛି ବିଜେଡି । ଗୃହର ମଧ୍ୟଭାଗରେ ବିଜେଡିର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ମୁଲତବି ରଖାଯାଇଛି । ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

Comments are closed.