Latest Odisha News

Odisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟ ଟ୍ରେନିଂ ସ୍କୁଲ୍‌ର କିରାଣି ରୁପଚାନ୍ଦ ନାଏକ ପେନସନ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡିବସିଲା ଭିଜିଲାନ୍ସ।

ଜଣେ ହିତାଧିକାରୀଙ୍କ ଏରିଅର ଓ ପେନସନ ପେପର କରାଇ ଦେବାକୁ ୭୦ ହଜାର ଲାଞ୍ଚ ମାଗିଥିଲେ। ହେଲେ ହିତାଧିକାରୀ ଏତେ ଦେଇ ପାରିବେ ନାହିଁ କହି ୩୦ ହଜାରରେ ରାଜି ହୋଇଥିଲେ କିରାଣି ରୁପଚାନ୍ଦ ନାଏକ। ତା ପରେ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ସହାୟତା ନେଇଥିଲେ। ଯୋଜନା ମୁତାବକ ବୁଧବାର କିରାଣି ରୁପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା କେନ୍ଦୁଝର ଭିଜିଲାନ୍ସ।

Comments are closed.