Latest Odisha News

BREAKING NEWS

୬ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର

ଖୋର୍ଦ୍ଧା: ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ ଏଡିଇଓ (ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର) ରାକେଶ ସାହୁ । ସରକାରୀ ଆନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ଜଣେ ଆଦିବାସୀ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାକେଶ ।

ସୂଚନା ମୁତାବକ, ରାକେଶ କୁମାର ସାହୁ ପ୍ରଥମ କିସ୍ତି ଅର୍ଥାତ୍‌ ୪୦,୦୦୦ ଟଙ୍କା ମଞ୍ଜୁର କରିବା ବଦଳରେ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାସହ ସେ ଦ୍ୱିତୀୟ କିସ୍ତି ଅଟକାଇବାର ଧମକ ମଧ୍ୟ ଦେଇଥିଲେ । ହିତାଧିକାରୀ ଏନେଇ ଓଡ଼ିଶା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ଶ୍ରୀ ସାହୁଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା ।

ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଗାନ୍ଧୀ ଛକଠାରେ ନୈକ ବ୍ୟକ୍ତିଙ୍କଠାରୁ ୧୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଥିଲା । ଏହାପରେ ରାକେଶ ସାହୁଙ୍କର ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ଯାଞ୍ଚ କରୁଛି ଭିଜିଲାନ୍ସ।

Comments are closed.