Latest Odisha News

BREAKING NEWS

ଜମିଜମା ମାମଲାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ 

ଭୁବନେଶ୍ୱର: ଭଦ୍ରକ ଧାମନଗର ତହସିଲ ଅନ୍ତର୍ଗତ ରାଧାବଲ୍ଲଭପୁରର ରାଜସ୍ୱ ନିରୀକ୍ଷକ (ଆରଆଇ) ନଗେନ୍ଦ୍ର କୁମାର ଦାସ ବୁଧବାର ଦିନ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ଏହା ଲାଞ୍ଚ ମୂଲ୍ୟର ଦ୍ୱିତୀୟ କିସ୍ତି ଥିଲା। ତେବେ ଅଗଷ୍ଟ ୩ ତାରିଖରେ ଏକ ମ୍ୟୁଟେସନ୍ ମାମଲାରେ ଦାୟର କରାଯାଇଥିଲା। ଯେଉଁଥିରେ ଉତ୍ତରାଧିକାରୀ ଜମି ଏବଂ ଗିଫ୍ଟ ଡିଡ୍ ମାଧ୍ୟମରେ ଅଧିଗୃହିତ ଜମିର ରେକର୍ଡ ପରିବର୍ତ୍ତନ ମାମଲାରେ ଏକ ତଦନ୍ତ ରିପୋର୍ଟ ଦାଖଲ କରାଯିବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ସେ ୭୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଓ ପୂର୍ବରୁ ସେ ୨୦୦୦ ଟଙ୍କା ନେଇ ସାରିଥିଲେ।

ଅଭିଯୋଗକାରୀ ଆଉ ୫,୦୦୦ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ସେ ଏହାକୁ ୪୦୦୦ ଟଙ୍କାକୁ ହ୍ରାସ କରିଥିଲେ।ତେବେ ଏନେଇ ସେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଅଧିକାରୀଙ୍କ ତରଫରୁ ଏକ ଜାଲ ବିଛାଇ ଆରଆଇଙ୍କୁ ଲାଞ୍ଚ ଟଙ୍କା ସହିତ ଗିରଫ କରାଯାଇଥିଲା।

ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ଭିଜିଲାନ୍ସ ତାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ କରି ତଲାସୀ ଜାରି ରଖିଛି।

 

Comments are closed.