Latest Odisha News

BREAKING NEWS

ଘରେ କରନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ, ପାଆନ୍ତୁ ମୂଲାୟମ କେଶ…

ନିଜ କେଶକୁ ସୁନ୍ଦର ଓ ସିଧା କରିବା ପାଇଁ ଆଜିକାଲି ସମସ୍ତେ ହେୟାର ଷ୍ଟ୍ରେଟନିଙ୍ଗ କୁ ବେଶୀ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପାର୍ଲରରେ ଷ୍ଟ୍ରେଟନିଙ୍ଗ ପାଇଁ ଅଧିକ ଖର୍ଚ୍ଚ ହୁଏ, ଏଥିପାଇଁ କିଛି ମହିଳାମାନେ ଷ୍ଟ୍ରେଟନିଙ୍ଗ କରନ୍ତି ନାହିଁ ଆଉ କେହିକେହି କେମିକାଲର କୁପ୍ରଭାବ ପଡିବ ଭାବି କରନ୍ତି ନାହିଁ ।

ଜାଣନ୍ତୁ ଏମିତି କିଛି ଟିପ୍ସ୍ ସମ୍ପର୍କରେ ଯାହାକୁ ଘରେ ପ୍ରୟୋଗ କରି ପାଇପାରିବେ ପାର୍ଲର ଭଳି ଷ୍ଟ୍ରେଟନିଙ୍ଗ ।

ଘରୋଇ ଉପାୟ ପ୍ରୟୋଗ କରି କେଶକୁ ସୁସ୍ଥ ରଖିବା ସହ ପାଆନ୍ତୁ ସିଧା ଓ ମୂଲାୟମ କେଶ।

• ଏକ କପ୍ କ୍ଷୀରରେ ୨ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହି ମିଶ୍ରଣକୁ କେଶରେ ଲଗାଇବାର ପ୍ରାୟ ୨ ଘଣ୍ଟା ପରେ ସାମ୍ପୁରେ ଧୋଇ ଦିଅନ୍ତୁ ।

• ୨ଟି ଅଣ୍ଡାକୁ ଭାଙ୍ଗି ସେଥିରେ କିଛି ଅଲିଭ ଅଏଲ୍ ମିକ୍ସ କରି ଏହାକୁ କେଶ ମୂଳରେ ଭଲଭାବେ ମାଲିସ୍ କରନ୍ତୁ । ପ୍ରାୟ ଏକ ଘଣ୍ଟା ପରେ ସାମ୍ପୁ କରି ଧୋଇଦିଅନ୍ତୁ । ଫଳରେ କେଶ ଷ୍ଟ୍ରେଟ ରହିବା ସହ ମୁଲାୟମ ଓ ଚମକଦାର ହୋଇଥାଏ ।

• ଏକ ଗିନାରେ ନଡିଆ କ୍ଷୀର ଓ ଲେମ୍ବୁ ରସକୁ ସମାନ ମାତ୍ରାରେ ମିଶାଇ କେଶରେ ଲଗାନ୍ତୁଓ ୧୫ ମିନିଟ୍ ପରେ ହାଲୁକା ଉଷୁମ ପାଣୀରେ ଧୋଇ ଦିଅନ୍ତୁ । ସପ୍ତାହରେ ୨ଥର ଏପରି କରିବା ଦ୍ୱାରା କେଶ ମୁଲାୟମ ହେବାସହ ଷ୍ଟ୍ରେଟ୍ ହୋଇଥାଏ ।

• କେଶରେ ନିୟମିତ ଭାବେ କ୍ଷୀର ସ୍ପ୍ରେ କରନ୍ତୁ ଏହା କେଶକୁ ପୋଷଣ ଦେବାସହିତ ଚମକଦାର ମଧ୍ୟ କରିଥାଏ ,ସ୍ପ୍ରେ କରିବାର ଅଧଘଣ୍ଟା ପରେ ଧୋଇଦିଅନ୍ତୁ ।

• ମୋଡିହୋଇଯାଇଥିବା କେଶକୁ ସାମାନ୍ୟ ଓଦାକରି ରୋଲ୍ର ଦ୍ୱାରା ମୋଡି ଭଲଭାବେ ବାନ୍ଧିଦିଅନ୍ତୁ, କେଶ ଶୁଖିଲାପରେ ଦେଖିବେ ଏହା ସିଧା ହୋଇଯାଇଥିବ ।

Leave A Reply

Your email address will not be published.