Latest Odisha News

BREAKING NEWS

ପିପିଇ କିଟ୍ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କୁ ରିପୋର୍ଟ ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରୁଥିବା ଭିଜିଲାନ୍ସ ମଙ୍ଗଳବାର ପ୍ରାଥମିକ ରିପୋର୍ଟ ଦେଇଛି । ଓଡ଼ିଶା ଲୋକାୟୁକ୍ତଙ୍କୁ ଅଭିଯୋଗର ପ୍ରାଥମିକ ରିପୋର୍ଟ ଦେଇଛି ଭିଜିଲାନ୍ସ । ଗତବର୍ଷ ମହାମାରୀ କୋଭିଡ୍ ପାଇଁ କିଣା ଯାଇଥିବା ମାସ୍କ ଓ ପିପିଇ କିଟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଲୋକାୟୁକ୍ତଙ୍କ ୩ ଜଣିଆ ସଦସ୍ୟ ବିଶିଷ୍ଟ ବେଞ୍ଚ ଭିଜିଲାନ୍ସ ରିପୋର୍ଟ ଆଧାରରେ ମାମଲାର ଶୁଣାଣି ମାର୍ଚ୍ଚ ୨୬ ତାରିଖରେ ଶୁଣାଣି କରିବେ । ଏନେଇ କଂଗ୍ରେସ ନେତା ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ସୂଚନା ଦେଇଛନ୍ତି ।

ଗତବର୍ଷ ଡିସେମ୍ବର ୭ ତାରିଖରେ ଲୋକାୟୁକ୍ତ ଦୁର୍ନୀତି ଅଭିଯୋଗ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ଫେବ୍ରୁଆରୀ ୧୫ ସୁଦ୍ଧା ପ୍ରାଥମିକ ତଦନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ତେବେ, ଧାର୍ଯ୍ୟ ସମୟ ମଧ୍ୟରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ କରିପାରି ନଥିଲା । ଅଧିକ ଏକ ମାସ ସମୟ ଦେବା ପାଇଁ ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ସମୟ ମାଗିଥିଲା ।

Leave A Reply

Your email address will not be published.