Latest Odisha News

BREAKING NEWS

ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ କରିବାକୁ ଦାବି, ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲଙ୍କ ଚିଠି 

ଭୁବନେଶ୍ବର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗ । ଏନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । 

ଆଇଜିଏଚ୍କୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଉରକେଲା ଗସ୍ତ ବେଳେ ଏହି ଘୋଷଣା କରିଥିଲେ ମୋଦି । ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଶୀଘ୍ର କାମ ଆରମ୍ଭ ହେବ ବୋଲି ଆଶ୍ବାସନା ଦେଇଥିଲେ । ହେଲେ ଏବେ କେବଳ ଏହାକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଉଛି । 

ମୋଦିଙ୍କ ଘୋଷଣା ପରେ ବି ଆଇଜିଏଚକୁ ଏକ ମେଡିକାଲ କଲେଜରେ ପରିଣତ କରାଯାଇପାରିଲାନି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଆରଏସପି କର୍ତ୍ତୃପକ୍ଷ ପାଳନରେ ଅବହେଳା କରିଛନ୍ତି । ଆରଏସପି କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ରଙ୍କୁ ନିବେଦନ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଆଇଜିଏଚକୁ ମେଡିକାଲ କଲେଜ କରାଯାଇଥିଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।

Leave A Reply

Your email address will not be published.