Latest Odisha News

BREAKING NEWS

ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଓଡିଶା ଗସ୍ତରେ ଆସିବେ ।

ଏନେଇ ରବିବାର ଦିନ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏଥିସହିତ ଜାନୁଆରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ଏବେ ଜାନୁଆରୀ ୧୫ ତାରିଖରେ ହେବା ସ୍ଥିର କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମୟରେ ବଲାଙ୍ଗୀରରେ ହେବାକୁ ଥିବା ଦଳର ସ୍ୱାଭିମାନ ସମାବେଶ ତଥା ଏକ ବିଶାଳ ଜନସଭାରେ ସମ୍ବୋଧନ ଦେବେ ।

ସୂଚନାଯୋଗ୍ୟ ଯେ ପ୍ରାୟ ୧ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ ତୃତୀୟ ଥର ଲାଗି ଗସ୍ତରେ ଆସିବେ । ସେ ଡିସେମ୍ବର ୨୪ ତାରିଖରେ ଓଡିଶା ଆସି ଭୁବନେଶ୍ୱର ଉପକଣ୍ଠରେ ଥିବା ଅରୁଗୁଳ ସ୍ଥିତ ଆଇଆଇଟିର ନୂଆ କ୍ୟାମ୍ପସ ଉଦଘାଟନ କରିଥିଲେ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୫ ତାରିଖରେ ବାରିପଦା ଗସ୍ତ କରି ପ୍ରାୟ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।

Leave A Reply

Your email address will not be published.