Latest Odisha News

BREAKING NEWS

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ଫେରିଯିବ ମୌସୁମୀ !

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ,

ରାଜ୍ୟରେ ଏବେ ଲଘୁଚାପ ସମ୍ଭାବନା ନଥିବାରୁ ପାଗ ଶୁଖିଲା ରହିବ। ଫଳରେ ରାଜ୍ୟରୁ ମୌସୁମୀ ଫେରିବା ନେଇ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ଆରମ୍ଭ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ ବିଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିଛି। ଅନୁଗୁଳ ଓ ଢେଙ୍କାନାଳ ଭଳି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ରେକର୍ଡ କରାଯାଇଛି । ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟ କାଁ ଭାଁ ବର୍ଷା ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଥିଲବା ସୂଚନା ମିଳିଛି।

Comments are closed.