ଭୁବନେଶ୍ୱର: ଚାଲିଛି ମାଆଙ୍କ ଶାରଦୀୟ ଦୁର୍ଗା ପୂଜା । ମଣ୍ଡପରେ ଆଜି ନବମୀ ପାଳନ ହେଉଥିବା ବେଳେ ପୀଠ ଗୁଡିକରେ ଦଶମୀ ପାଳନ ହେଉଛି। ସବୁଠି ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା ବିଧି। ଚଳିତ ବର୍ଷ କରୋନା କଟକଣା ପାଳନ ସହିତ ମାଆଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଲୁନାହିଁ ।
ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ଗୁଡିକ ନବରାତ୍ର ଅବସରରେ ଚଳଚଂଚଳ ହୋଇଉଠିଛନ୍ତି। କରୋନା କଟକଣା ପାଳନ ସହିତ ପୀଠ ଗୁଡିକରେ ପୂଜା ନୀତି ଚାଲିଛି ।
କରୋନା କଟକଣା ହେତୁ ଚଳିତ ବର୍ଷ ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ନୀତି ଚାଲିଥିଲେ ମଧ୍ୟ ପ୍ରତିବର୍ଷ ପରି ଭକ୍ତଙ୍କ ଭିଡ ଦେଖିବାକୁ ମିଳିନାହିଁ । ମନ୍ଦିରରେ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ସଂପନ୍ନ ହେଉଛି ପୂଜା ନୀତି ।
ଷୋଡଶ ଉପଚାରରେ ଦେବୀ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହା ଦଶମୀ ପୂଜା। ହୁଳହୁଳି ଘଣ୍ଟ ଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ। କାକଟପୁର ମା’ ମଙ୍ଗଳାପୀଠ, ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ବାଣପୁରର ଭଗବତୀ ପୀଠ ମହାନଦୀ ଶଯ୍ୟାରେ ଥିବା ଦେବୀ ଭଟ୍ଟାରିକା, ଖିଞ୍ଚିଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ, ସମଲେଶ୍ବର, ଝଙ୍କଟ ଶାରଳା, ବ୍ରହ୍ମପୁରର ତାରାତାରିଣୀ ଓ ଉଗ୍ରତାରା ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାପାଠ।
କଟକର ପ୍ରସିଦ୍ଧ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କପୀଠରେ ପାଳିତ ହେଉଛି ମହା ଦଶମୀ। ସ୍ୱତନ୍ତ୍ର ପୂଜାନୀତିରେ ଦେବୀ ପୀଠରୁ ଶୁଣିବାକୁ ମିଳୁଛି ଦେବୀ ସ୍ତୃତି ସାଙ୍ଗକୁ ମନ୍ତ୍ରଧ୍ୱନୀ।