Latest Odisha News

BREAKING NEWS

୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର: ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍ । ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର । ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି, ଚଳିତ ସପ୍ତାହରେ ଆଣ୍ଡାମାନ ସାଗରରେ ମିଆଁମାର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଲଘୁଚାପ ରୂପ ନେଇପାରେ । ଯାହାକି ପୂର୍ବ ଉତ୍ତର ବଙ୍ଗୋପସାଗରକୁ ଆସିବ । ଅଧିକ ଘନୀଭୂତ ହେବା ସମ୍ଭବନା ରହିଛି । ତେବେ ସମ୍ଭାବ୍ୟ ମେଡଲର ରୂପରେଖ ନେଇ ଏବେଠାରେ କୌଣସି ଅନୁମାନ କରାଯାଇ ନାହିଁ ।

Leave A Reply

Your email address will not be published.