ଭୁବନେଶ୍ବର : ଚଳିତ ବର୍ଷ ଫେବୃଆରୀ ମାସରୁ ଦେଖିବାକୁ ମିଳିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଟିକେ ଅଧିକ ରହିବ। ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ।
ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ପୂର୍ବାନୁମାନ କରାଯିବା ସହ, ଏହି ୩ ମାସରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ହାରାହାରି .୬୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି କୁହାଯାଇଛି।
ବିଭାଗ ପକ୍ଷରୁ ଜାରି ପୂର୍ବାନୁମାନ ଅନୁଯାୟୀ, ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଉତ୍ତର, ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ।
ଏଥିସହ କେନ୍ଦ୍ରୀୟ ଭାରତର ପୂର୍ବ (ଛତିଶଗଡ଼ ଓ ଓଡ଼ିଶା) ଏବଂ ପଶ୍ଚିମ ଭାଗ ସମେତ ଉତ୍ତର ଉପଦ୍ବୀପ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ (ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶ)ର କିଛି କିଛି ସ୍ଥାନରେ ବି ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏହି କ୍ରମରେ ଆସନ୍ତା ୩ ମାସରେ ଓଡ଼ିଶାର ତାପମାତ୍ରା ବି ସ୍ବାଭାବିକଠାରୁ ଅଧିକ ରହିବ ଓ ସ୍ଥଳ ବିଶେଷରେ ବହୁତ ଅଧିକ ରହିବ ।
Comments are closed.