Latest Odisha News

୨୦୩୬ ସୁଦ୍ଧା ଓଡିଶା ହେବ ମହିଳା ବିରୋଧୀ ଅପରାଧ ମୁକ୍ତ ରାଜ୍ୟ: ମନ୍ତ୍ରୀ

ଭୁବନେଶ୍ବର: କଟକରେ ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁରୁଷ ବନ୍ଧୁଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ମହିଳା ବିରୋଧୀ ଅପରାଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏଥିସହିତ ମନ୍ତ୍ରୀ ଆହୁରି କହିଛନ୍ତି, ମହିଳା ବିରୋଧୀ ଅପରାଧରେ ବିଜେପି ସରକାର ଜିରୋ ଟଲରାନ୍ସ ଗ୍ରହଣ କରିଛନ୍ତି । କଟକ ଘଟଣାରେ କାର୍ଯ୍ୟନୁଷ୍ଠାନ, ମହିଳା ହିଂସା କ୍ଷେତ୍ରରେ ସରକାରଙ୍କ ଜିରୋ ଟଲରାନ୍ସ ନୀତି ସ୍ପଷ୍ଟ କରିଛି । ମହିଳାଙ୍କ ପ୍ରତି ହିଂସାକୁ କଠୋର ଭାବେ ଦମନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେ ଘରୋଇ ହିଂସା ହେଉକି ନିର୍ଯାତନା, କି ଦୁଷ୍କର୍ମ, ସବୁଥିରେ ଆମ ସରକାର ଶୂନ୍ୟ ସହନଶୀଳତା ଦେଖାଇବ । ଆମେ ପ୍ରତିଶ୍ରୁତି ଦେଉଛୁ ୨୦୩୬ ସୁଦ୍ଧା ଓଡିଶା ଦେଶରେ ଏକ ମହିଳା ବିରୋଧୀ ଅପରାଧ ମୁକ୍ତ ରାଜ୍ୟ ଭାବେ ପରିଗଣିତ ହେବ ।

କଟକ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇସାରିଛନ୍ତି । କୌଣସି ଟାଳଟୁଳ ହେବନି, ଦୋଷୀକୁ ଦଣ୍ଡିତ ପାଇଁ ସବୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.