Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ରେକର୍ଡ ୬୮ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଆଉ ୬୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣଙ୍କର ଜୀବନ ନେଇଛି ପ୍ରାଘଣାତୀ କରୋନା । ଗଞ୍ଜାମ ଜିଲ୍ଲାରୁ ୭ ଏବଂ ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ଆଉ ୬ ଜଣ ଲେଖାଏ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୫ ଓ ପୁରୀରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଓ ଯାଜପୁର ଜିଲାରେ ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗିର, କଟକ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡ ଜିଲାରୁ ୨ ଜଣ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର, କନ୍ଧମାଳ ଓ ନୂଆପଡା ଜିଲାରୁ ଜଣେ ଲେଖାଏ ସଂକ୍ରମିତଙ୍କର ଜୀବନ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୭୩୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.