Latest Odisha News

BREAKING NEWS

ଦେଶର ୫୦ରୁ ଅଧିକ ସହରରେ ପହଞ୍ଚିଛି ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ଡ. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ଭାରତରେ ଉତ୍ପାଦିତ ହେଉଥିବା ରୁଷିଆର ସ୍ପୁଟ୍‌ନିକ ଭି ଟିକା ବର୍ତ୍ତମାନ ଭାରତର ୫୦ ଟି ସହରରେ ପହଞ୍ଚିସାରିଛି।

ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ ଏକ ବିବୃତ୍ତିରେ କହିଛି ଯେ ସ୍ପୁଟନିକ୍ ଭି ଟିକା ସାରା ଦେଶର ୫୦ଟି ସହର ତଥା ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଦିଲ୍ଲୀ ଏନସିଆର ଏବଂ ଚେନ୍ନାଇ ସମେତ ୫୦ ରୁ ଅଧିକ ସହରରେ ଲଞ୍ଚ କରାଯାଇଛି।

ମେ ୧୪ରେ ଭାରତରେ ସ୍ପୁଟ୍‌ନିକ ଭି ଟିକା ଆରମ୍ଭ କରାଯାଇଥିଲା ଏବଂ ଆସନ୍ତା ସପ୍ତାହରେ ଏହା ଭାରତୀୟ ବଜାରରେ ଉପଲବ୍ଧ ହେବା ନେଇ ଯୋଜନା ଚାଲିଥିବା ‌କହିଛନ୍ତି ଡ ରେଡ୍ଡୀ।

Leave A Reply

Your email address will not be published.