Latest Odisha News

BREAKING NEWS

ୟୁନିଫର୍ମ ପିନ୍ଧି ଟିକଟକରେ ଭିଡ଼ିଓ ଅପଲୋଡ୍ କଲେ ମହିଳା ପୋଲିସ !

ଭୁବନେଶ୍ୱର: ଓଡ଼ିଶାର ଜଣେ ମହିଳା ପୋଲିସ କର୍ମଚାରୀ ଟିକଟିକରେ ନିଜର ଭିଡ଼ିଓ ଅପଲୋଡ଼ କରିବା ପରେ ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ବଢିବାରେ ଲାଗିଛି । ଏହି ଭିଡ଼ିଓଟିରେ ମହିଳା ପୋଲିସ ଜଣକ ୟୁନିଫର୍ମରେ ଥାଇ ବଲିଉଡ଼ ଗୀତରେ ନାଚିବା ସହିତ କିଛି ଡାଇଲଗରେ ଆକସନ କରୁଥିବା ଦେଖାଯାଇଛି ।

ଏହି ଭିଡ଼ିଓଟି @anbhika ନାମରେ ଟିକଟକରେ ରହିଥିବା ଜଣାପଡ଼ିଛି । ଆଉକିଛି ଭିଡ଼ିଓରେ ତାଙ୍କ ସହିତ ଥିବା କିଛି ସହଯୋଗୀ ମଧ୍ୟ ରହିଥିବାର ଦୃଶ୍ୟ ରହିଛି ।

ଏହିପରି ଗତବର୍ଷ ମଧ୍ୟ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବଜାତକ ଶିଶୁ କେନ୍ଦ୍ର ରେ କିଛି ନର୍ସ ନାଚୁଥିବାର ଦୃଶ୍ୟ ଟିକଟକରେ ଅପଲୋଡ଼ ହେବାପରେ ଏହା ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହୋଇଥିଲା ।

Comments are closed.