Latest Odisha News

BREAKING NEWS

ଦରମା ନମିଳିବାରୁ ଚାକିରୀ ଛାଡିଲେ ୩ ଯୁବ ଡାକ୍ତର

ଭଦ୍ରକ: ଡାକ୍ତରଙ୍କୁ ଇଶ୍ୱରଙ୍କ ରୂପ କୁହାଯାଏ । କିନ୍ତୁ ଡାକ୍ତର ବି ନିଜ ପେଟ ପୋଷିବା ପାଇଁ ଅର୍ଥ ଉପାର୍ଜନ କରନ୍ତି ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ତିନି ଜଣ ଯୁବ ଡାକ୍ତର ଦରମା ନମିଳିବା ଓ ରହିବା ପାଇଁ ଘର ଯୋଗାଇ ଦିଆ ଯାଇନଥିବାରୁ ଚାକିରୀ ଛାଡିଦେଇଛନ୍ତି । ଦରମାକୁ ନେଇ ଅସନ୍ତୁଷ୍ଟ ଡାକ୍ତରମାନେ ଏନେଇ ଜିଲ୍ଲା ଅଧିକାରୀ ଓ ସିଡିଏମଓଙ୍କୁ ସହାୟତା ମାଗିଥିଲେ । କିନ୍ତୁ ସେମାନେ ଅସହାୟ ଡାକ୍ତରଙ୍କ କଥା ଶୁଣିନଥିଲେ । ସେଥିପାଇଁ ଅନ୍ୟ କୌଣସି ଉପାୟ ନପାଇ ୩ଜଣ ଡାକ୍ତର ଚାକିରୀରୁ ଇସ୍ତଫା ଦେଇଛନ୍ତି ।

ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ କହିଛନ୍ତି କି, ସରକାରୀ କାର୍ଯ୍ୟରେ ଅବହେଳା, ଅନିୟମିତତା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ରହୁଥିବାରୁ ତିନି ଜଣ ଡାକ୍ତରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଡାକ୍ତରଙ୍କୁ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦିଆାଯାଇଛି ।

Leave A Reply

Your email address will not be published.