Latest Odisha News

BREAKING NEWS

କୋଣାର୍କ ବେଳାଭୂମିରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: କୋଣାର୍କ ବେଳାଭୂମିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ରବିବାର ଦିନ ପୁରୀ ଜିଲ୍ଲାର କୋଣାର୍କ ବେଳାଭୂମିରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।

ଉକ୍ତ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ସେଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ପରିଚୟ ଏଯାଏ ଜଣାପଡ଼ିନଥିବା ସୂଚନା ମିଳିଛି।

ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି।

ଏହାସହିତ ମୃତକଙ୍କ ପରିଚୟ ଜାଣିବାକୁ ମଧ୍ୟ ପୋଲିସ ଚେଷ୍ଟା ଚଳାଇଛି।

ଯଦିଓ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ ସନ୍ଦେହ କରୁଛି ଯେ ମହିଳା ଜଣଙ୍କୁ ବଳାତ୍କାର କରି ହତ୍ୟା କରାଯାଇଥାଇପାରେ।

Comments are closed.