Latest Odisha News

BREAKING NEWS

ଚିଲିକାରେ ବେଆଇନ୍ ପକ୍ଷୀ ଶିକାର, ଜଣେ ଶିକାରୀ ଗିରଫ

ଟାଙ୍ଗୀ: ଲକଡାଉନର ସୁଯୋଗ ନେଇ ଚିଲିକାରେ ମାତିଲେ ପକ୍ଷୀ ଶିକାରୀ ।  ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି । ପକ୍ଷୀ ଶିକାର ପରେ ବିକ୍ରି ପାଇଁ ନେବା ବେଳେ ଶିକାରୀକୁ ଧରିଲା ବନ୍ୟପ୍ରାଣୀ ବିଭାଗ । ଟାଙ୍ଗି ଭୂଷଣ୍ତପୁର ବିଧାରପୁର ନିକଟରୁ ଜଣେ ଶିକାରୀ ଗିରଫ ହୋଇଛି । ତା ନାଁ ଗୋପାଳ ସାହୁ । ତା ନିକଟରୁ ଜବତ ହୋଇଛି ୭ଟି ପକ୍ଷୀଙ୍କ ମୃତଦେହ ।

ଲକଡାଉନ୍ ଓ ସଟଡାଉନର ଫାଇଦା ନେଇ ଗୋପାଳ ଅବାଧ ପକ୍ଷୀ ଶିକାର କରୁଥିବା ବିଶେଷସୂତ୍ରରୁ ଖବର ପାଇଥିଲା ବନବିଭାଗ । ବାହାରେ ଚଢ଼ା ଦରରେ ବିକ୍ରି କରୁଥିଲା । ତାକୁ ଧରିବାକୁ ଯୋଜନା ଅନୁସାରେ ଅଚାନକ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ।

Leave A Reply

Your email address will not be published.