Latest Odisha News

BREAKING NEWS

ସିନିୟର ମହିଳା ଦିନିକିଆ କ୍ରିକେଟ: ତ୍ରିପୁରାକୁ ହରାଇଲା ଓଡିଶା, ବ୍ୟାଟିଂରେ ସୁଶ୍ରୀ ଓ ବୋଲିଂରେ ମଧୂସ୍ମିତାଙ୍କ କମାଲ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ମଙ୍ଗଳବାର ଓଡିଶା ୪୩ ରନରେ ତ୍ରିପୁରାକୁ ପରାସ୍ତ କରିଛି । ବ୍ୟାଟିଂରେ ସୁଶ୍ରୀ ଦିବ୍ୟଦର୍ଶନୀ ଓ ବୋଲିଂରେ ମଧୂସ୍ମିତା ବେହେରା ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ଓଡିଶା ୫୦ ଓଭରରେ ୮ ଉଇକେଟ ବିନିମୟରେ ୧୬୩ ରନ କରିଥିଲା । ସୁଶ୍ରୀ (୫୯ ନଟଆଉଟ), ମାଧୂରୀ ମେହେଟ୍ଟା (୨୯) ଓ କାଜଲ ଜେନା ୨୮ରନର ଇନିଂସ ଖେଳିଥିଲେ ।

ଜବାବରେ ତ୍ରିପୁରା ଦଳ ମଧୂସ୍ମିତାଙ୍କ ବୋଲିଂର ଉଚିତ ମୁକାବିଲା କରି ନ ପାରି ୪୮.୨ ଓଭରରେ ୧୨୦ ରନ କରି ଅଲଆଉଟ ହୋଇ ଯାଇଥିଲା । ମଧୂସ୍ମିତା ୫ଟି ଏବଂ ସୁଜାତା ମଲ୍ଲିକ ୨ଟି ଉଇକେଟ ନେଇଥିଲେ । ତ୍ରିପୁରା ପକ୍ଷରୁ ମୋଚାଇଟି ଦେବନାଇ ୩୧ ଓ ନିକିତା ଦେବନାଥ ୨୨ରନ କରିଥିଲେ ।

Comments are closed.