Latest Odisha News

BREAKING NEWS

ମହିଳା ଦିନିକିଆ କ୍ରିକେଟ: ହାଇଦ୍ରାବାଦକୁ ହରାଇଲା ଓଡିଶା

ଭୁବନେଶ୍ୱର: ସୁରଟର ପିଠାୱାଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଜାତୀୟ ସିନିୟର ମହିଳା ଦିନିକିଆ ଟ୍ରଫିରେ ଓଡିଶା ୯ ଉଇକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହାଇଦ୍ରାବାଦ ୪୬.୪ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମମତା କାନୋଝିଆ(୩୪) ଓ ଜି.ତ୍ରିିଷା ୩୨ ରନ କରିଥିଲେ । ଓଡିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶନୀ ୪ଟି, ମଧୁସ୍ମିତା ବେହେରା ୩ଟି ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

୧୬୦ ରନର ବିଜୟ ଲକ୍ଷ୍ୟକୁ ଓଡିଶା ୪୨.୩ ଓଭରର ଗୋଟିଏ ଉଇକେଟ ହରାଇ ହାସଲ କରି ନେଇଥିଲା । ମାଧୁରୀ ମେହେଟ୍ଟା ୬୦(ଅପରାଜିତ) ଓ ସରିତା ମେହେର ୬୧ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । କାଜଲ ଜେନା ଗୁରୁତ୍ୱପୂର୍ଣ୍ଣ ୩୨ ରନ କରିଥିଲେ । ଓଡିଶା ମାର୍ଚ୍ଚ ୧୬ରେ ତାର ପରବର୍ତୀ ମ୍ୟାଚରେ ତ୍ରିପୁରାକୁ ଭେଟିବ । ପ୍ରଥମ ମ୍ୟାଚରେ ଝାଡଖଣ୍ଡ ୫ ଉଇକେଟରେ ଓଡିଶାକୁ ପରାସ୍ତ କରିଥିଲା ।

Comments are closed.