Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ୮୪ ରନର ଟାର୍ଗେଟ ହାସଲ ପାଇଁ ନାକେଦମ ହେଲା ଓଡିଶା

ଭୁବନେଶ୍ୱର: ଅଲୂର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ଓଡିଶା ୪ ୱିକେଟରେ ସର୍ଭିସେସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସର୍ଭିସେସ ୨୧.୫ ଓଭରରେ ୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । ପୂନମ ପୂନିଆ(୨୫) ଓ ଅର୍ଜୁନ ଶର୍ମା(୧୩ ନଟଆଉଟ)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଓ ସମ୍ବିତ ବରାଳ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

୮୪ ରନର ଲକ୍ଷ୍ୟକୁ ହାସଲ କରିବା ପାଇଁ ଓଡିଶା ବ୍ୟାଟ୍ସମ୍ୟାନଙ୍କୁ ନାକେଦମ ହେବାକୁ ପଡିଥିଲା । ୨୪.୩ ଓଭରରେ ୬ୱିକେଟ ହରାଇ ଓଡିଶା ବିଜୟ ହାସଲ କରିଥିଲା । ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ୩୨ ରନର ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ନିତିନ ଯାଦବ ୨ଟି ଏବଂ ପୂନମ ପୂନିଆ ୪ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ରାଜେଶଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ବିଜୟ ସହ ଓଡିଶା ୪ ପଂଏଟ ହାସଲ କରିଛି । ପ୍ରଥମ ମ୍ୟାଚରେ ଓଡିଶା ୩୪୫ ରନ କରିଥିଲେ ମଧ୍ୟ ସୌରାଷ୍ଟ୍ର ୫ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ୨ଟି ମ୍ୟାଚରେ ୪ ପଂଏଟ ପାଇଁ ଓଡିଶା ପଂଏଟ ଟେବୁଲରେ ୫ମ ସ୍ଥାନରେ ରହିଛି ।

Leave A Reply

Your email address will not be published.